THE ORIGINAL POEM · ODIA

ମୋତେ ସପ୍ନ ଦେଖିବାକୁ ମନା ନାହିଁ

The words that began I Am Free to Dream—before the music, and before its journey into other languages.

ମୋତେ ସପ୍ନ ଦେଖିବାକୁ ମନା ନାହିଁ
ମନା ନାହିଁ ମଝି ରାସ୍ତାରେ ହଜି ଜିବାକୁ
ଧୃବତାରା ଖୋଜିଦେବ ରାସ୍ତା ।

ସାଉଁଟି ସାଉଁଟି ଜାବୁଡି ଧରିଛି ସଂସାରକୁ
ଜୋଡି ଦେବାର ଆଶାରେ,
ସଜେଇ ଦେବାର ଆଶାରେ ।

କୁଂଭକାର ମୁଁ, ଗଠିଦେବା ସିଖିଛି
ରଂଗେଈ ଦେଈ,
ତୁମ ମୁଖରେ ହସ ବୁଣିବା ସିଖିଛି ।

ଆସ ପାହାଡ ଚଢିବା
ଆସ ଜନ୍ହ ଦେଖିବା
ବାଦଲ ସାଂଗେ କାଂଧ ମିଳେଈ
ଝଡିବାର ମଂତ୍ର ସିଖିବା ।

ମୋତେ ସପ୍ନ ଦେଖିବାକୁ ମନା ନାହିଁ ।
ମନା ନାହିଁ ଗୁଂଥିଦେବାକୁ
ତୁମ ସପ୍ନକୁ ମୋ ସପ୍ନରେ ।